Posts

Showing posts from April, 2021

ଲୀନାର ବାହାଘର - ୫

[ପୂର୍ବରୁ ... ଲୀନା ପାଇଁ ଅପରିଚିତ ହେଲେ ବି କୋରିୟର୍ ବୟ ହିସାବରେ ଆସିଥିବା ଯୁବକଟି  ଜଣେ ଅଭିଭାବକଙ୍କ ପରି ଲୀନାର ସମସ୍ତ ଶଙ୍କା ଓ ସନ୍ଦେହର ନିରାକରଣ କରିବାକୁ ଚାହୁଁଥିଲା । ସେଥିପାଇଁ ସେ ତା  ସାନ୍ତ୍ୱନାଦାୟକ ସ୍ୱରରେ ପଚାରିଥିଲାା, "ମୋ ଭାଇ ଦେଖିବାକୁ କିପରି ଜାଣିବାକୁ ଚାହୁଁଛନ୍ତି ନା ?" ଲୀନା ନିରୁତ୍ତର ରହିଥିଲା । ତା ପରେ ....] ଯୁବକଟି ନିଜ ଭାଇ ଅଭିନବ ବିଷୟରେ ସାମାନ୍ୟ ଧାରଣା ଦେବାକୁ ଚାହୁଁଥିଲା, ତେଣୁ ସେ ତାର ବକ୍ତବ୍ୟ ଜାରୀ ରଖିଥିଲା। "ଏତିକି ଜାଣନ୍ତୁ ମୋ ମୁହଁର ଏହି ଅଳ୍ପ ଅଳ୍ପ ଦାଢ଼ି ସଫା କରିଦେଲେ ଯେମିତି ଲାଗିବ, ସେ ଠିକ ସେମିତି । ଆପଣ କେବଳ ହଁ କରି ଦିଅନ୍ତୁ । ଭାଇକୁ କହିବି ଆସି ଦେଖା କରି ଯିବ ଥରେ । ବାହାଘର ପୂର୍ବରୁ ଥରେ ଦେଖା କରି ନେବା ଉଚିତ।" ଏଥର ଲୀନା ହସିଲା ଯୁବକଙ୍କୁ ଅନେଇ । ଲୀନା ପାଖରେ ତା ପ୍ରେମ ଟିକକ ଛଡା ଆଉ କଣ ଅଛି ! ତା ସାମାଜିକ ସ୍ଥିତି ବି ନଗଣ୍ୟ । ମଣିଷ ଶକ୍ତି ହିସାବରେ  ବି କଣ ଅଛି ତା ପାଖରେ ! ଭୁବନେଶ୍ୱରରେ ମଧ୍ୟମ ବର୍ଗର ଚାକିରୀ କରିଥିବା ତା ବାପା, ଭଲ  ପାଉନଥିବା ସାବତ ମାଆ । ଆଉ ନିହାତି ଛୋଟ ସାବତ ଭଉଣୀ ରୀମା । ଏ ପରି ସମୟରେ ଗୋଟିଏ କୋରିୟର ବାଲା ଯୁବକ ତା ଭାଇର ବିବାହ ପାଇଁ ଯେପରି ଆକୁଳ ହୋଇ ତାର ହାତ ମାଗୁଛି, ଭାଗ୍ୟର ଏଇ ଖେଳକୁ ନେଇ ଲୀନା ହସନ୍ତା ନାହିଁ ତ ଆଉ କଣ କରନ୍ତା ! ସେ ଯୁବକଟି ଆଡେ ନିଜର ଆଶ୍ଚ...

ଲୀନାର ବାହାଘର -୪

[ପୂର୍ବରୁ .... ଅପରିଚିତ ଯୁବକଟି ଲୀନାକୁ ତା ଭାଇକୁ ବାହା ହେବାପାଇଁ ପ୍ରସ୍ତାବ ରଖିଲା ଓ ଲୀନାଠାରୁ ସମ୍ମତି ଚାହୁଁଥିଲା । ସେ ତା ନିଜ ସୁନ୍ଦର ସ୍ଵଭାବଦ୍ୱାରା ଲୀନାକୁ ପ୍ରଭାବିତ କରି ସାରିଥିଲା । କିନ୍ତୁ ବାହାହେବା ଲୋକ ସେ ନୁହେଁ, ତାର ଭାଇ ।  ସେଥିପାଇଁ ଲୀନା ମନରେ ସ୍ୱାଭାବିକ ପ୍ରଶ୍ନ ଉଠିଥିଲା । ସେ ପଚାରିଦେଲା, - "ଆପଣଙ୍କ ଭାଇ ବି କଣ ଆପଣଙ୍କ ପରି ଭଲ ?"। ତା ପରେ ........]       ଏତେ କମ୍ ସମ୍ଭାବନା ଭିତରେ ଉତ୍ତର ନ ହେଉ ପଛେ ଲେଉଟା ପ୍ରଶ୍ନଟିଏ ତା ଆଞ୍ଜୁଳାରେ ପଡିଲା ପରେ ଆନନ୍ଦରେ ଯୁବକଟି କୋଳେଇ ନେଲା ଯେପରି ସେ କଥା ପଦକୁ । ମୁହଁରେ ଆନନ୍ଦ ସ୍ପଷ୍ଟ ବାରି ହେଉଥିଲା । ଯୁବକଟି ଲୀନା ମୁହଁରୁ କିଛି ଶୁଣିବାକୁ ହିଁ ତାର ପ୍ରାରମ୍ଭିକ ସଫଳତା ମାନୁଥିଲା । - "ମୋ ଠାରୁ ବି ବହୁତ ଭଲ । ଗ୍ୟାରେଣ୍ଟି ଦେଉଛି, ଯୋଡି ଜମିବ ।" - "କିପରି ସେମିତି କହି ପାରୁଛନ୍ତି ?" - "ମୁଁ ମୋ ଭାଇର ପସନ୍ଦ ଜାଣେ । ସେ ଆପଣଙ୍କ ପରି କାଦୁଅରେ ପଶି ଫୁଲଗଛ ଲଗାଉ ଥିବା ଝିଅଟିଏକୁ ହିଁ ନିଶ୍ଚୟ ଭଲ ପାଇବ ।" ଏତକ କହି ଜୋର ଜୋର ହସିଲା ଯୁବକଟି । ତା କଥାରେ ଲୀନା ବି ଟିକିଏ ହସିଲା । ପାଖରୁ କଥା ହେବା ପାଇଁ କାଦୁଅ ଭିତରୁ ବାହାରି ଆସିଲା ଲୀନା । ଦୁହେଁ  ଘର ପାଖ ସିମେଣ୍ଟ ଚଉଁରା ପାଖରେ ଛିଡା ହୋଇ କଥା ହେଲେ  ।    ଯୁବକଟିର କଥା କହିବା ଢଙ୍ଗରେ ଲୀ...

ଲୀନାର ବାହାଘର - ୩

(ପୂର୍ବ ଭାଗରୁ ......ଲୀନା ମନରେ ସନ୍ଦେହ ଉପୁଜି ଥିଲା, ଯୁବକଟି ତା ଘର ବିଷୟରେ ଅନୁସନ୍ଧାନ କରି ଆସିଛି ନା କଣ ? ଏ ବିଷୟରେ କିଛି ଭାବିବା ପୂର୍ବରୁ  ନିହାତି ଅତର୍କିତ ରୂପେ ଯୁବକଟି ଲୀନାକୁ ମସ୍ତ ବଡ଼ ବ୍ୟକ୍ତିଗତ ପ୍ରଶ୍ନଟିଏ ପଚାରି ଦେଲା: "ଆପଣ ମୋ ଭାଇକୁ ବାହା ହେବେ ?" )     ଚମକି ଚାହିଁଲା ଲୀନା କୋରିୟରଵାଲା ସାଜି ଆସିଥିବା ଯୁବକ ଜଣକ ଆଡେ । ସେ ବିଶ୍ୱାସ କରି ପାରୁ ନ ଥିଲା ସେ କଣ ଶୁଣୁଛି ବୋଲି ।  ଏମିତି ବାଟରେ ଘାଟରେ କିଏ ବିବାହ ପ୍ରସ୍ତାବ ଦେଇଥାଏ !  କିନ୍ତୁ କେଜାଣି କାହିଁକି ଏଇ କଥା ପଦକରେ ଶିହରି ଗଲା ତାର ଦେହ । ଏଥିରେ କିଛି ଅଗ୍ରାହ୍ୟ ହେଲା ଭଳି କଥା ନ ଥିଲା  ।       ଲୀନା ମନରେ ବେଳେ ବେଳେ ଅଦ୍ଭୁତ ଭାବନାଟିଏ ଆସିଥାଏ - ଯଦି ସେ ପୁଅଟିଏ ହୋଇଥାନ୍ତା, ଆଉ  ତାକୁ ରାସ୍ତାରେ ଚାଲୁ ଚାଲୁ କେହି ଝିଅଟିଏ ଭଲ ଲାଗି ଯାଇଥାନ୍ତା, ତେବେ ସେ ସିଧା ତା ଆଗକୁ ଚାଲି ଯାଇ ରାସ୍ତାରେ ଆଣ୍ଠୁ ମାଡି ପ୍ରସ୍ତାବ କରି ଥାଆନ୍ତା, "ମୁଁ ତୁମକୁ ବାହା ହେବାକୁ ଚାହେଁ " । ମାତ୍ର ତା ପାଇଁ ଏହା ଏକ କଳ୍ପନା ଥିଲା ମାତ୍ର - ସିୟର ଫ୍ୟାଣ୍ଟାସୀ ! ବାସ୍ତବ ଜୀବନରେ ଏପରି କେବେ କିଏ କାହାକୁ କହି ପାରେ ! ତା ନିଜ କ୍ଷେତ୍ରରେ ତ ଏହା ସମ୍ପୂର୍ଣ୍ଣ ରୂପେ ଅପରିକଳ୍ପନୀୟ ଥିଲା । ଅମେୟକୁ ଚଉଦ ବର୍ଷ ଧରି ଭଲ ପାଇବା ଭିତରେ ସେ ତା ମନ ଖୋଲ...

ଲୀନାର ବାହାଘର -୨

  ଭାଗ -୨ (ପୂର୍ବରୁ .... ଅଜଣା ଯୁବକଟିଏ ଲୁଚି ଲୁଚି ଲୀନାର ଫୋଟୋ ନେଉଥିଲା । ଲୀନା ସନ୍ଦେହ କରିବା ପୂର୍ବରୁ  ଯୁବକ କୋରିୟର ଭୂମିକାରେ ଅବତୀର୍ଣ୍ଣ ହୋଇ ଲୀନାର ଠିକଣା ପଚାରିବାକୁ ଲାଗିଥିଲା ) ତା ବିଷୟରେ ଅଜଣା ଯୁବକଟି କିଛି ପଚାରୁଥିବାରୁ ଲୀନା ଟିକେ ସଚେତନ ହୋଇ ଗଲା । ଆଣ୍ଠୁପାଖରୁ ତଳକୁ ଖସେଇଦେଲା ସାଲୱାର୍। ଅଣ୍ଟାରେ ଗୁଡ଼େଇଥିବା ଚୁନରୀକୁ ଖୋଲି ଭଲରେ ପକେଇଲା । -"ହଁ, ହେଲେ ଆପଣ କେଉଁଠୁ ଆସିଛନ୍ତି ?" -"କୋରିୟର କମ୍ପାନୀରୁ ଚିଠି ବାଣ୍ଟିବାକୁ ।" ଲୀନା ଜାଣିବାରେ ଗାଆଁରେ ଚିଠି କେବଳ ପୋଷ୍ଟ ଅଫିସ ମାଧ୍ୟମରେ ଆସିଥାଏ । ବିଶ୍ୱାସ ହେଉ ନ ଥିଲା କୌଣସି ପ୍ରାଇଭେଟ କୋରିୟର ଆଗରୁ କେବେ ତାଙ୍କ ଗାଆଁକୁ ଚିଠି ବାଣ୍ଟିବାକୁ ଆସିଥିବ । ନାକରୁ ଝାଳ ପୋଛୁ ପୋଛୁ ଲୀନା ପଚାରିଲା, "ଆମର କିଛି ଚିଠି ଅଛି  କି ?" ନାକ ପୋଛିବା ଭିତରେ ତା ଅଜାଣତରେ କାଦୁଅର ଗାର ଟିଏ ନାକ ମୂଳରୁ ବାଆଁ ପଟ ମଝି ଗାଲ ପର୍ଯ୍ୟନ୍ତ ଟାଣି ହୋଇଗଲା । ଆଉ ଏହା ଦେଖି ଆଲୋକିତ ହୋଇ ଉଠିଲା ଯେପରି ଯୁବକର ମୁଖମଣ୍ଡଳ । ଲୀନା ପଚାରି ଥିବା ପ୍ରଶ୍ନର ଉତ୍ତର ଦେବା ବଦଳରେ ସେ କଣ ଗୋଟେ ପାଇଁ ଲୀନାର ଅନୁମତି ମାଗୁଥିଲା : "ଆପଣଙ୍କ ପଛ ପଟେ ଯେଉଁ ମନ୍ଦାର ଗଛଟି ଅଛି ମୁଁ ତାର ଫୋଟୋଟିଏ ଉଠାଇ ନେଇ ପାରେ ?" "ଓଃ, ନିଶ୍ଚୟ" ..କହି ଲୀନା ପଛକୁ ବୁଲି ଅନେଇଲା। ତା ମାଆ ଲଗାଇ ଥିବା ମ...

ଲୀନାର ବାହାଘର - ୧

         ଅମେୟ ଏବେ ଧରା ଛୁଆଁ ଦେବାର ଜନ୍ତୁ ନୁହେଁ । ଲୀନାକୁ ଲାଗୁଥିଲା, ସେ ଯେପରି ଅଧିକାଂଶ ଟ୍ରେନ ରୋକୁ ନ ଥିବା କୌଣସି ଛୋଟ ମଫସଲି ରେଳଷ୍ଟେସନରେ   ଯାତ୍ରୀଟିଏ ହୋଇ  ଛିଡା ହୋଇଛି ଆଉ ଅମେୟ ଦେଖୁ ଦେଖୁ ବହୁ ଦୂରକୁ ଯାଉଥିବା ଦ୍ରୁତ ଏକ୍ସପ୍ରେସ ଟ୍ରେନ ପରି ତା ପାଖକୁ ଆସି ପୁଣି ପ୍ଲାଟଫର୍ମ ଦୁଲୁକେଇ  ତା ଆଗରେ ଚାଲିଗଲା ।  ସେ ଅନ୍ୟ ଯାତ୍ରୀଙ୍କ ପରି ମୁହଁରେ ଅସହାୟ ଭାବ ଫୁଟେଇ ଚାହିଁ ରହିଥିଲା ତାକୁ ପଛ କରି ଦେଇ ଚାଲି ଯାଉଥିବା ସେହି ଟ୍ରେନଟି ଆଡେ ।            ଅମେୟର ବାହାଘର ହେବାକୁ ମାତ୍ର ପାଞ୍ଚ ଦିନ ବାକି । ଏ ପଟେ ଚିନ୍ତା ଆଉ ଅନ୍ୟମନସ୍କତାର ଜାଲରେ ଛନ୍ଦି ହୋଇ ଚାଲିଥିଲା ଲୀନା । ନିଜ ମନକୁ ଭୁଲାଇବା ପାଇଁ ନିଜ ଘର ଆଗ ବାଡ଼ିରେ ଥିବା ଜାଗା ପୁଳାକରେ ଗେଣ୍ଡୁ ଆଉ ହରଗୌରା ଚାରା ନେଇ ପୋତିବାରେ ଲାଗିଥିଲା  । ଜାଗାଟି କାଦୁଅରେ ପଚପଚ । ଗଛ ଲଗାଇବା ବେଳେ ତା' ଚୁନରୀରେ ଯେମିତି କାଦୁଅ ଲାଗିନଯାଏ କି ତାକୁ କାମରେ ଅସୁବିଧା ନକରେ, ସେଥି ପାଇଁ ସେ ଚୁନରୀକୁ ବାଁ ପଟ କାନ୍ଧ ଉପରେ ଗୁଡ଼େଇ ଆଣି ଅଣ୍ଟାରେ କଷିକରି ବାନ୍ଧି ଦେଇଥିଲା। ସାଲୱାରକୁ ଆଣ୍ଠୁଯାଏଁ ଟେକି ଦେଇଥିଲା। ତାକୁ ଏମିତି ବେଶରେ ଯିଏ ଦେଖିବ, ଭାବିବ ପକ୍କା କାମିକା ଝିଅଟିଏ।  ...