ଲୀନାର ବାହାଘର - ୫

[ପୂର୍ବରୁ ...
ଲୀନା ପାଇଁ ଅପରିଚିତ ହେଲେ ବି କୋରିୟର୍ ବୟ ହିସାବରେ ଆସିଥିବା ଯୁବକଟି  ଜଣେ ଅଭିଭାବକଙ୍କ ପରି ଲୀନାର ସମସ୍ତ ଶଙ୍କା ଓ ସନ୍ଦେହର ନିରାକରଣ କରିବାକୁ ଚାହୁଁଥିଲା । ସେଥିପାଇଁ ସେ ତା  ସାନ୍ତ୍ୱନାଦାୟକ ସ୍ୱରରେ ପଚାରିଥିଲାା, "ମୋ ଭାଇ ଦେଖିବାକୁ କିପରି ଜାଣିବାକୁ ଚାହୁଁଛନ୍ତି ନା ?"
ଲୀନା ନିରୁତ୍ତର ରହିଥିଲା ।

ତା ପରେ ....]

ଯୁବକଟି ନିଜ ଭାଇ ଅଭିନବ ବିଷୟରେ ସାମାନ୍ୟ ଧାରଣା ଦେବାକୁ ଚାହୁଁଥିଲା, ତେଣୁ ସେ ତାର ବକ୍ତବ୍ୟ ଜାରୀ ରଖିଥିଲା।

"ଏତିକି ଜାଣନ୍ତୁ ମୋ ମୁହଁର ଏହି ଅଳ୍ପ ଅଳ୍ପ ଦାଢ଼ି ସଫା କରିଦେଲେ ଯେମିତି ଲାଗିବ, ସେ ଠିକ ସେମିତି । ଆପଣ କେବଳ ହଁ କରି ଦିଅନ୍ତୁ । ଭାଇକୁ କହିବି ଆସି ଦେଖା କରି ଯିବ ଥରେ । ବାହାଘର ପୂର୍ବରୁ ଥରେ ଦେଖା କରି ନେବା ଉଚିତ।"

ଏଥର ଲୀନା ହସିଲା ଯୁବକଙ୍କୁ ଅନେଇ ।
ଲୀନା ପାଖରେ ତା ପ୍ରେମ ଟିକକ ଛଡା ଆଉ କଣ ଅଛି ! ତା ସାମାଜିକ ସ୍ଥିତି ବି ନଗଣ୍ୟ । ମଣିଷ ଶକ୍ତି ହିସାବରେ  ବି କଣ ଅଛି ତା ପାଖରେ ! ଭୁବନେଶ୍ୱରରେ ମଧ୍ୟମ ବର୍ଗର ଚାକିରୀ କରିଥିବା ତା ବାପା, ଭଲ  ପାଉନଥିବା ସାବତ ମାଆ । ଆଉ ନିହାତି ଛୋଟ ସାବତ ଭଉଣୀ ରୀମା ।
ଏ ପରି ସମୟରେ ଗୋଟିଏ କୋରିୟର ବାଲା ଯୁବକ ତା ଭାଇର ବିବାହ ପାଇଁ ଯେପରି ଆକୁଳ ହୋଇ ତାର ହାତ ମାଗୁଛି, ଭାଗ୍ୟର ଏଇ ଖେଳକୁ ନେଇ ଲୀନା ହସନ୍ତା ନାହିଁ ତ ଆଉ କଣ କରନ୍ତା ! ସେ ଯୁବକଟି ଆଡେ ନିଜର ଆଶ୍ଚର୍ଯ୍ୟଭାବ ପ୍ରକଟ କରି କହିଲା,

"ଭାଇଙ୍କ ବାହାଘର ପାଇଁ ଏତେ ତତ୍ପର !"

-"ହଁ, ଭାଇ ସମ୍ପୂର୍ଣ୍ଣ ଦାୟିତ୍ୱ ମତେ ଦେଇଛନ୍ତି ।  ବଅଁରପାଳ ଆଉ ତାର ଆଖପାଖ ଅଞ୍ଚଳରେ ଚିଠି ବାଣ୍ଟିବା ଭିତରେ ବହୁତ ଝିଅ ଦେଖିଛି । ଆପଣଙ୍କ ଭଳି ଝିଅ ମୁଁ କେଉଁଠି ଦେଖିନି । ଏ ବର୍ଷ ନ ହେଲେ ତା ବିବାହ ଆଉ ଗୋଟିଏ ବର୍ଷ ଡେରି ହୋଇଯିବ ।"

ଲୀନା ତାର ଦିଅର ହେବାର ପ୍ରସ୍ତୁତିରେ ଥିବା ଏହି  ଯୁବକଟିକୁ ଘର ଭିତରକୁ ଚା' ପାଇଁ ଡାକି ପାରିଥାନ୍ତା । କିନ୍ତୁ ମାମୁଁଘରେ  ଏହା ଅସମ୍ଭବ ଥିଲା । ସବୁକଥା ନ କହି କୌଣସି  ଅପରିଚିତ ଯୁବକକୁ ଆମନ୍ତ୍ରଣ କରିବାର ସାହସ କରି ପାରିଲା ନାହିଁ । ସେ ଯାହା ଭାବୁଥାଉ ପଛକେ ସେ ପ୍ରସ୍ତାବ ଉଠାଇବ ନାହିଁ । ତେଣୁ ସେ ଯୁବକ କହୁଥିବା କଥାରେ ଯୋଗ ଦେଲା ।

"ନିଜର ସ୍ଥିତି କଣ ମୁଁ ନିଜେ ଜାଣେନା । ବିବାହ ପରି ଜଟିଳ ବିଷୟର ବୋଝ ମୁଁ ଉଠାଇ ପାରିବିନି ।"

- "ଚିନ୍ତା କରନ୍ତୁ ନାହିଁ । ଆପଣଙ୍କ ବାପାଙ୍କୁ ଭାଇ ଫୋନ କରି ସବୁ କଥା କହି ଦେବେ । ବିବାହର କୌଣସି ଦାୟିତ୍ୱ ଆପଣ ମାନଙ୍କୁ ନେବାକୁ ପଡିବ ନାହିଁ । ଆପଣଙ୍କୁ  ଆପଣଙ୍କର ବନ୍ଧୁ ବାନ୍ଧବ ସାଙ୍ଗସାଥି ମାନଙ୍କୁ ନିମନ୍ତ୍ରଣ ଦେବାକୁ ପଡିବ ଯାହା ।"

ଲୀନାର ମସ୍ତିଷ୍କ ଯେପରି ଅନ୍ଧାରିଆ ହୋଇ ଆସୁଥିଲା । ମାଆଛେଉଣ୍ଡ ହେବାର ପୁରୁଣା ବ୍ୟଥା ତା ଭିତରେ ପୁଣି ମୁଣ୍ଡ ଟେକି ଉଠୁଥିଲା । ଯେଉଁ ପ୍ରଶ୍ନ ଗୁଡିକ ତା ପାଖକୁ ସରଳ ମାନସାଙ୍କ ପରି ଆସି ଉଭେଇ ଯାଇଥିଲେ ଏବେ ତାହା ଜଟିଳ ମୁଣ୍ଡ ଗୋଳମାଳ କରିଦେଉଥିବା ପାଟୀ ଗଣିତରେ ପରିବର୍ତ୍ତିତ ହେବାକୁ ଲାଗିଥିଲେ । ଆଉ ଅମେୟ ଯେତେବେଳେ ଆଉ ଜଣକୁ ନିଜର ପତ୍ନୀ କରି ନେବ ତା ଆକାଶ ସବୁଦିନ ପାଇଁ ଚନ୍ଦ୍ରତାରାବିହୀନ ହୋଇଯିବ । ସେଠି ସେ "ମନେକର  X, ମନେକର Y"ର  ବୀଜଗଣିତ କଷୁଥିବ ଆକାଶର ସୀମାହୀନ କାଗଜରେ ।

ସେ ଯୁବକଟି ଆଡେ ଅନେଇଲା । ସେହି ଆଶ୍ୱସ୍ତ କଲା ପରି ହସ । ଯେମିତି ତା ମୁଣ୍ଡକୁ ଓଲଟପାଲଟ କରୁଥିବା ସମସ୍ତ ପାଟୀଗଣିତର ସମାଧାନ ସେ ହସ ଭିତରେ ଅଛି ।

"ଖାଲି ଏତିକି କୁହନ୍ତୁ ବରଯାତ୍ରୀ ଦେଉଳଝରୀ ଆସିବେ ନା ଏହି ବଅଁରପାଳ ?"

                                                 (କ୍ରମଶଃ )



 #OdiaStory


#odiakaahani #ଓଡ଼ିଆକାହାଣୀ  #ଅଜୟମହାଲାଙ୍କଗଳ୍ପ

#AjayaMahalaStories #Odiawriters

#Odia #ଗଳ୍ପ #କାହାଣୀ #କବିତା 

#ଅଜୟମହାଲା #ଅଜୟମହଲା #ajayamahala #ଓଡ଼ିଆଉପନ୍ୟାସ #ଉପନ୍ୟାସ #odianovel

#odiamegastory #odiastoryserial

#ଓଡ଼ିଆମେଗାକାହାଣୀ #ଓଡ଼ିଆମହାଧାରାବାହିକ

 +

#odia #odiasong #odiamovie

#odiafilm #zeeodisha #otvodisha #otvnews #kanaknews #sambad.in

#news18odia

Comments

Popular posts from this blog

ଲୀନାର ବାହାଘର - ୧

ଲୀନାର ବାହାଘର -୨