Posts

Showing posts with the label odianovel

ଲୀନାର ବାହାଘର - ୫

[ପୂର୍ବରୁ ... ଲୀନା ପାଇଁ ଅପରିଚିତ ହେଲେ ବି କୋରିୟର୍ ବୟ ହିସାବରେ ଆସିଥିବା ଯୁବକଟି  ଜଣେ ଅଭିଭାବକଙ୍କ ପରି ଲୀନାର ସମସ୍ତ ଶଙ୍କା ଓ ସନ୍ଦେହର ନିରାକରଣ କରିବାକୁ ଚାହୁଁଥିଲା । ସେଥିପାଇଁ ସେ ତା  ସାନ୍ତ୍ୱନାଦାୟକ ସ୍ୱରରେ ପଚାରିଥିଲାା, "ମୋ ଭାଇ ଦେଖିବାକୁ କିପରି ଜାଣିବାକୁ ଚାହୁଁଛନ୍ତି ନା ?" ଲୀନା ନିରୁତ୍ତର ରହିଥିଲା । ତା ପରେ ....] ଯୁବକଟି ନିଜ ଭାଇ ଅଭିନବ ବିଷୟରେ ସାମାନ୍ୟ ଧାରଣା ଦେବାକୁ ଚାହୁଁଥିଲା, ତେଣୁ ସେ ତାର ବକ୍ତବ୍ୟ ଜାରୀ ରଖିଥିଲା। "ଏତିକି ଜାଣନ୍ତୁ ମୋ ମୁହଁର ଏହି ଅଳ୍ପ ଅଳ୍ପ ଦାଢ଼ି ସଫା କରିଦେଲେ ଯେମିତି ଲାଗିବ, ସେ ଠିକ ସେମିତି । ଆପଣ କେବଳ ହଁ କରି ଦିଅନ୍ତୁ । ଭାଇକୁ କହିବି ଆସି ଦେଖା କରି ଯିବ ଥରେ । ବାହାଘର ପୂର୍ବରୁ ଥରେ ଦେଖା କରି ନେବା ଉଚିତ।" ଏଥର ଲୀନା ହସିଲା ଯୁବକଙ୍କୁ ଅନେଇ । ଲୀନା ପାଖରେ ତା ପ୍ରେମ ଟିକକ ଛଡା ଆଉ କଣ ଅଛି ! ତା ସାମାଜିକ ସ୍ଥିତି ବି ନଗଣ୍ୟ । ମଣିଷ ଶକ୍ତି ହିସାବରେ  ବି କଣ ଅଛି ତା ପାଖରେ ! ଭୁବନେଶ୍ୱରରେ ମଧ୍ୟମ ବର୍ଗର ଚାକିରୀ କରିଥିବା ତା ବାପା, ଭଲ  ପାଉନଥିବା ସାବତ ମାଆ । ଆଉ ନିହାତି ଛୋଟ ସାବତ ଭଉଣୀ ରୀମା । ଏ ପରି ସମୟରେ ଗୋଟିଏ କୋରିୟର ବାଲା ଯୁବକ ତା ଭାଇର ବିବାହ ପାଇଁ ଯେପରି ଆକୁଳ ହୋଇ ତାର ହାତ ମାଗୁଛି, ଭାଗ୍ୟର ଏଇ ଖେଳକୁ ନେଇ ଲୀନା ହସନ୍ତା ନାହିଁ ତ ଆଉ କଣ କରନ୍ତା ! ସେ ଯୁବକଟି ଆଡେ ନିଜର ଆଶ୍ଚ...

ଲୀନାର ବାହାଘର -୪

[ପୂର୍ବରୁ .... ଅପରିଚିତ ଯୁବକଟି ଲୀନାକୁ ତା ଭାଇକୁ ବାହା ହେବାପାଇଁ ପ୍ରସ୍ତାବ ରଖିଲା ଓ ଲୀନାଠାରୁ ସମ୍ମତି ଚାହୁଁଥିଲା । ସେ ତା ନିଜ ସୁନ୍ଦର ସ୍ଵଭାବଦ୍ୱାରା ଲୀନାକୁ ପ୍ରଭାବିତ କରି ସାରିଥିଲା । କିନ୍ତୁ ବାହାହେବା ଲୋକ ସେ ନୁହେଁ, ତାର ଭାଇ ।  ସେଥିପାଇଁ ଲୀନା ମନରେ ସ୍ୱାଭାବିକ ପ୍ରଶ୍ନ ଉଠିଥିଲା । ସେ ପଚାରିଦେଲା, - "ଆପଣଙ୍କ ଭାଇ ବି କଣ ଆପଣଙ୍କ ପରି ଭଲ ?"। ତା ପରେ ........]       ଏତେ କମ୍ ସମ୍ଭାବନା ଭିତରେ ଉତ୍ତର ନ ହେଉ ପଛେ ଲେଉଟା ପ୍ରଶ୍ନଟିଏ ତା ଆଞ୍ଜୁଳାରେ ପଡିଲା ପରେ ଆନନ୍ଦରେ ଯୁବକଟି କୋଳେଇ ନେଲା ଯେପରି ସେ କଥା ପଦକୁ । ମୁହଁରେ ଆନନ୍ଦ ସ୍ପଷ୍ଟ ବାରି ହେଉଥିଲା । ଯୁବକଟି ଲୀନା ମୁହଁରୁ କିଛି ଶୁଣିବାକୁ ହିଁ ତାର ପ୍ରାରମ୍ଭିକ ସଫଳତା ମାନୁଥିଲା । - "ମୋ ଠାରୁ ବି ବହୁତ ଭଲ । ଗ୍ୟାରେଣ୍ଟି ଦେଉଛି, ଯୋଡି ଜମିବ ।" - "କିପରି ସେମିତି କହି ପାରୁଛନ୍ତି ?" - "ମୁଁ ମୋ ଭାଇର ପସନ୍ଦ ଜାଣେ । ସେ ଆପଣଙ୍କ ପରି କାଦୁଅରେ ପଶି ଫୁଲଗଛ ଲଗାଉ ଥିବା ଝିଅଟିଏକୁ ହିଁ ନିଶ୍ଚୟ ଭଲ ପାଇବ ।" ଏତକ କହି ଜୋର ଜୋର ହସିଲା ଯୁବକଟି । ତା କଥାରେ ଲୀନା ବି ଟିକିଏ ହସିଲା । ପାଖରୁ କଥା ହେବା ପାଇଁ କାଦୁଅ ଭିତରୁ ବାହାରି ଆସିଲା ଲୀନା । ଦୁହେଁ  ଘର ପାଖ ସିମେଣ୍ଟ ଚଉଁରା ପାଖରେ ଛିଡା ହୋଇ କଥା ହେଲେ  ।    ଯୁବକଟିର କଥା କହିବା ଢଙ୍ଗରେ ଲୀ...

ଲୀନାର ବାହାଘର - ୩

(ପୂର୍ବ ଭାଗରୁ ......ଲୀନା ମନରେ ସନ୍ଦେହ ଉପୁଜି ଥିଲା, ଯୁବକଟି ତା ଘର ବିଷୟରେ ଅନୁସନ୍ଧାନ କରି ଆସିଛି ନା କଣ ? ଏ ବିଷୟରେ କିଛି ଭାବିବା ପୂର୍ବରୁ  ନିହାତି ଅତର୍କିତ ରୂପେ ଯୁବକଟି ଲୀନାକୁ ମସ୍ତ ବଡ଼ ବ୍ୟକ୍ତିଗତ ପ୍ରଶ୍ନଟିଏ ପଚାରି ଦେଲା: "ଆପଣ ମୋ ଭାଇକୁ ବାହା ହେବେ ?" )     ଚମକି ଚାହିଁଲା ଲୀନା କୋରିୟରଵାଲା ସାଜି ଆସିଥିବା ଯୁବକ ଜଣକ ଆଡେ । ସେ ବିଶ୍ୱାସ କରି ପାରୁ ନ ଥିଲା ସେ କଣ ଶୁଣୁଛି ବୋଲି ।  ଏମିତି ବାଟରେ ଘାଟରେ କିଏ ବିବାହ ପ୍ରସ୍ତାବ ଦେଇଥାଏ !  କିନ୍ତୁ କେଜାଣି କାହିଁକି ଏଇ କଥା ପଦକରେ ଶିହରି ଗଲା ତାର ଦେହ । ଏଥିରେ କିଛି ଅଗ୍ରାହ୍ୟ ହେଲା ଭଳି କଥା ନ ଥିଲା  ।       ଲୀନା ମନରେ ବେଳେ ବେଳେ ଅଦ୍ଭୁତ ଭାବନାଟିଏ ଆସିଥାଏ - ଯଦି ସେ ପୁଅଟିଏ ହୋଇଥାନ୍ତା, ଆଉ  ତାକୁ ରାସ୍ତାରେ ଚାଲୁ ଚାଲୁ କେହି ଝିଅଟିଏ ଭଲ ଲାଗି ଯାଇଥାନ୍ତା, ତେବେ ସେ ସିଧା ତା ଆଗକୁ ଚାଲି ଯାଇ ରାସ୍ତାରେ ଆଣ୍ଠୁ ମାଡି ପ୍ରସ୍ତାବ କରି ଥାଆନ୍ତା, "ମୁଁ ତୁମକୁ ବାହା ହେବାକୁ ଚାହେଁ " । ମାତ୍ର ତା ପାଇଁ ଏହା ଏକ କଳ୍ପନା ଥିଲା ମାତ୍ର - ସିୟର ଫ୍ୟାଣ୍ଟାସୀ ! ବାସ୍ତବ ଜୀବନରେ ଏପରି କେବେ କିଏ କାହାକୁ କହି ପାରେ ! ତା ନିଜ କ୍ଷେତ୍ରରେ ତ ଏହା ସମ୍ପୂର୍ଣ୍ଣ ରୂପେ ଅପରିକଳ୍ପନୀୟ ଥିଲା । ଅମେୟକୁ ଚଉଦ ବର୍ଷ ଧରି ଭଲ ପାଇବା ଭିତରେ ସେ ତା ମନ ଖୋଲ...